logo

୨୦ତମ "ମୁସ୍କାନ" ଗ୍ରାମାଞ୍ଚଳ ତଥା ଜାତୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ

ODISHA: ମୟୂରଭଞ୍ଜ/ବାରିପଦା (DLH KHABAR) - ମୟୂରଭଞ୍ଜ ୟୁନାଇଟେଡ ସ୍ପୋର୍ଟ୍ସ କଲଚୁରଲ ଆଣ୍ଡ ଆର୍ଟ ଆସୋସିଏସନ (ମୁସ୍କାନ) ଆନୁକୁଲ୍ୟରେ ସ୍ଥାନୀୟ କଲେଜ ପଡିଆ ଠାରେ ଦୁଇ ଦିନିଆ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦିନ ଗ୍ରାମାଞ୍ଚଳ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ମଧୁପୁରା ଦଳ, ୫ମ ବାଟାଲିୟନ ଦଳକୁ ୨-୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ୫ମ ବାଟାଲିୟନ ର ସହକାରୀ କମାଣ୍ଡାଣ୍ଟ୍ ବିଜୟ କୁମାର ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉତଯାପନୀ ସମାରୋହରେ ବାରିପଦା ଭିଜିଲାନ୍ସ ଡିଏସପି ଜୟନ୍ତୀ ଦଲାଇ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସେହିଭଳି ଦ୍ଵିତୀୟ ଦିନ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଉତର ପ୍ରଦେଶ ର ରାଇଜିଙ୍ଗ କ୍ଲବ, ଦିଲ୍ଲୀ ର ସେଞ୍ଚୁରିଆନ୍ କ୍ଲବ, ଭଦ୍ରକର ସୂର୍ଯ୍ୟଶିଖା ଓ ଭୁବନେଶ୍ବର ର କିଟ୍ ପ୍ରମୁଖ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ଭଦ୍ରକ ସୂର୍ଯ୍ୟଶିଖା ଦଳ ଭୁବନେଶ୍ବରର କିଟ୍ ଦଳକୁ ୨-୦ ସେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ପ୍ରତିଯୋଗିତାରେ ସର୍ବୋତ୍କୃଷ୍ଠ ଖେଳାଳୀ ଭାବରେ ଭୁବନେଶ୍ବର କିଟ୍ ଦଳର ଲାଡେନଙ୍କୁ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସମାଜସେବୀ ଗିରିଶ ଚନ୍ଦ୍ର ଦାସ ଯୋଗଦେଇ ଖେଳାଳୀ ତଥା ଆୟଜକଙ୍କୁ ଉତ୍ସାହିତ କରିଥିଲେ। ଜାତୀୟ ସ୍ତରୀୟ ରେଫ୍ରୀ ରାଜେଶ କୁମାର ଦାସ, କମଳାକାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ପରିଶେଷରେ ମୁସ୍କାନର ସଭାପତି ସୁକାନ୍ତ କୁମାର ଦେ ସମ୍ପାଦକ ସ୍ଵପନ କୁମାର ପ୍ରଧାନ ତଥା ଆସୋସିଏସନର ସମସ୍ତ କର୍ମକର୍ତ୍ତା ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

39
5235 views